ବାତ୍ୟା ୟାଶ୍ ସମୀକ୍ଷା ବୈଠକ ଶେଷ, ତୁରନ୍ତ ରିଲିଫ ପ୍ୟାକେଜ୍ ଦାବି କଲେ ନାହିଁ ରାଜ୍ୟ ସରକାର, ୭ ଦିନ ପରେ ଜଣାଯିବ କ୍ଷୟକ୍ଷତି

ଭୁବନେଶ୍ୱର- ବାତ୍ୟା ୟାଶ୍ କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଶେଷ ହୋଇଛି । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଉଚ୍ଚ ପଦାଧିକାରଙ୍କ ସହ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିଥିଲେ । ବୈଠକରେ ପ୍ରଧାନମନ୍ତ୍ରୀଙ୍କଠାରେ କୌଣସି ରିଲିଫ ପ୍ୟାକେଜ ଦାବି କରାଯାଇନାହିଁ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।

ବିପର୍ଯ୍ୟୟ ସ୍ଥିରତା ଶକ୍ତି ବ୍ୟବସ୍ଥା ଓ ଉପକୂଳ ଝଡ ବୃଦ୍ଧି ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀଙ୍କଠାରେ ଦାବି ଉପସ୍ଥାପନ କରାଯାଇଥିଲା ବୋଲି ଏସଆରସି ପ୍ରଦୀପ ଜେନା ବୈଠକ ପରେ ସୂଚନା ଦେଇଛନ୍ତି ।

୭ ଦିନ ପରେ କ୍ଷୟକ୍ଷତି ପ୍ରଧାନମନ୍ତ୍ରୀଙ୍କୁ ଜଣାଇବୁ । ବାତ୍ୟାର କଣ ସବୁ ହୋଇଛି ,ସେ ନେଇ ୮ ମିନିଟର ଭିଡିଓ କ୍ଲିପ୍ ପ୍ରଧାନମନ୍ତ୍ରୀଙ୍କୁ ଦେଖାଇଲୁ ବୋଲି ଏସଆରସି କହିଛନ୍ତି ।

Comments are closed.