ବଲିଉଡ୍ ଡ୍ରଗ୍ସ ମାମଲା: ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଥାନିଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ଲିଙ୍କ୍‌ର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଥାନିଙ୍କୁ ଗିରଫ କରିଛି ।

ଗତବର୍ଷ ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ତା’ପୂର୍ବରୁ ସୁଶାନ୍ତଙ୍କ ସହ ପିଥାନି ଏବଂ ଆଉ ଚାରି ବ୍ୟକ୍ତି ଏହି ଦିବଂଗତ ଅଭିନେତାଙ୍କ ଫ୍ଲାଟ୍‌ରେ ଉପସ୍ଥିତ ଥିଲେ ।

ପିଥାନିଙ୍କୁ ହାଇଦ୍ରାବାଦ୍‌ରୁ ଗିରଫ କରାଯାଇଛି । ସୁଶାନ୍ତଙ୍କ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କ୍‌ର ଖୋଳତାଡ଼ କରୁଥିବା ଏନ୍‌ସିବି ଓ ସିବିଆଇ ବହୁଥର ପିଥାନିଙ୍କୁ ଏହି ମାମଲାରେ ପଚରା ଉଚରା କରିଥିଲେ । ବର୍ଷେ ପରେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଛି ।

Comments are closed.