ଜୁନ ପହିଲାରୁ ଖୋଲିବ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ

ଭୁବନେଶ୍ୱର- ଜୁନ ପହିଲାରୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସବୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ସବୁ ପୁଣି ଖୋଲିବ । ଏ ବାବଦରେ ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ଜଣାଇ ଦିଆଯାଇଛି । ପୂୂର୍ବରୁ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶ ଏହି ମାସ ୩୧ ତାରିଖରେ ଶେଷ ହେବ ।

ରାଜ୍ୟରୁ ସବୁ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକ ପାଇଁ ମେ ୫ରୁ ୩୧ ତାରିଖ ଯାଏଁ ଗ୍ରୀଷ୍ମ ଅବକାଶ ଘୋଷଣା କରିଥିଲେ ରାଜ୍ୟ ସରକାର । ନିର୍ଦ୍ଦେଶ ଅନୁସାରେ ଏହି ସମୟ ମଧ୍ୟରେ ଅନଲାଇନ୍ କ୍ଲାସ କି କୌଣସି ପରୀକ୍ଷା ହୋଇନାହିଁ । ତେବେ ଫିଜିକାଲ୍ କ୍ଲାସ ହେବ କି ନାହିଁ ସେ ସଂପର୍କରେ କୌଣସି ନିଷ୍ପତ୍ତି ନେଇନାହାନ୍ତି ରାଜ୍ୟ ସରକାର ।

Comments are closed.