ପୁଣି ମହଙ୍ଗା ହେଲା ତୈଳ ଦର, ମୁମ୍ବାଇରେ ୧୦୦ ଟପିଲା ପେଟ୍ରୋଲ

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧିରେ ବ୍ରେକ୍ ଲାଗୁନାହିଁ । ଆଜି ପୁଣିଥରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି । ପେଟ୍ରୋଲ ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୨୮ ପଇସା ବଢ଼ିଛି । ନୂଆ ଦର ସହ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଲିଟର ପିଛା ପଟ୍ରୋଲ ଦର ୧୦୦ ଟପିଛି । ଡିଜେଲ ଲିଟର ପିଛା ୯୨.୧୭ ଟଙ୍କାକୁ ବୃଦ୍ଧି ପାଇଛି ।

ଦିଲ୍ଲୀରେ ବି ପଟ୍ରୋଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ଜାତୀୟ ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୯୩.୯୪ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଦର ବୃଦ୍ଧି ପାଇ ୮୪.୮୯ ଟଙ୍କାରେ ପହଞ୍ଚିଛି ।

ଚଳିତ ମାସରେ ୧୫ତମ ଥର ପାଇଁ ପେଟ୍ରୋଲ-ଡିଜେଲ ଦର ବଢ଼ିଛି । ମେ ମାସରେ ଏଯାବତ୍ ପେଟ୍ରୋଲ ଲିଟର ପିଛା ୩.୫୪ ଟଙ୍କା ଏବଂ ଡିଜେଲ ୪.୧୬ ଟଙ୍କା ମହଙ୍ଗା ହେଲାଣି ।
ରାଜସ୍ଥାନ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ଅନେକ ସହରରେ ପଟ୍ରୋଲ ଦର ୧୦୦ ଟପିଛି । ରତ୍ନଗିରି, ପର୍ଭାଣି, ଔରଙ୍ଗାବାଦ, ଇନ୍ଦୋର, ଭୋପାଳ, ଗ୍ୱାଲିୟର, ଜୈସାଲମର, ଗଙ୍ଗାନଗର ଏବଂ ବାସଂୱାରା ଭଳି ସହରରେ ପେଟ୍ରୋଲ ଦର ସବୁଠୁ ମହଙ୍ଗା ।

Comments are closed.