ରାଜ୍ୟରେ ଲକଡାଉନ ଅବଧି ଜୁନ୍ ୧୭ ଯାଏଁ ବୃଦ୍ଧି, ତିନି ଜିଲ୍ଲାରେ କଟକଣା ସାମାନ୍ୟ କୋହଳ

ଭୁବନେଶ୍ୱର- ରାଜ୍ୟରେ ଲକଡାଉନକୁ ଜୁନ୍ ୧୭ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମାନେ ଆଉ ୧୬ ଦିନ ଲକଡାଉନ ବୃଦ୍ଧି କରାଯାଇଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ସାରା ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ ଜାରି ରହିବ । ତିନିଟି ଜିଲ୍ଲାରେ ଲକଡାଉନ କୋହଳ କରାଯାଇଛି । ନୂଆପଡା, ସୁନ୍ଦରଗଡ ଓ ଗଜପତିରେ ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଖୋଲିବ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ।ଏହି ତିନିଟି ଜିଲ୍ଲାରେ ଯଦି ସଂକ୍ରମଣ ବଢେ, ତାହା ହେଲେ କଟକଣା କୋହଳ ହଟାଇ ଦିଆଯିବ । ବାହାଘର, ବ୍ରତଘର ଆଦିରେ ପୂର୍ବପରି କଟକଣା ଜାରି ରହିବ ।

ରାଜ୍ୟରେ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ତେବେ, ଆଗାମୀ ଦୁଇ ସପ୍ତାହ ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । କୋରୋନାର ଦ୍ୱିତୀୟ ଲହରେ ଆରମ୍ଭ ହେଲା ପରେ ରାଜ୍ୟ ସରକାର ପ୍ରଥମ ମେ ୫ରୁ ୧୯ ତାରିଖ ଯାଏ ଲକଡାଉନ୍ ଜାରି କରିଥିଲେ । ପରେ ଏହି ଅବଧି ଜୁନ୍ ପହିଲା ଯାଏଁ ବୃଦ୍ଧି ହୋଇଥିଲା ।

Comments are closed.