ଝାରପଡା ସ୍ୱତନ୍ତ୍ର ଜେଲ୍ ଚିଫ୍ ୱାର୍ଡର ସୁଦର୍ଶନ ବାରିକ ସସପେଣ୍ଡ୍‌

‌ଭୁବନେଶ୍ୱର- ଝାରପଡା ସ୍ୱତନ୍ତ୍ର ଜେଲ୍‌ର ଚିଫ୍ ୱାର୍ଡର ସୁଦର୍ଶନ ବାରିକଙ୍କୁ ସସପେଣ୍ଡ୍ କରାଯାଇଛି । ଝାରପଡା ସ୍ୱତନ୍ତ୍ର ଜେଲରୁ ମୋବାଇଲ୍ ଓ ଗଂଜେଇ ଭଳି ନିଷିଦ୍ଧ ସାମଗ୍ରୀ ମିଳିବା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଡିଜି ( ପ୍ରିଜନ )ସନ୍ତୋଷ ଉପାଧ୍ୟାୟଙ୍କ ନିର୍ଦ୍ଦେଶରେ ସୁଦର୍ଶନ ବାରିକଙ୍କୁ ସସପେଣ୍ଡ୍ କରାଯାଇଛି ।

ଶନିବାର ଦିନ ଝାରପଡା ସ୍ୱତନ୍ତ୍ର ଜେଲରୁ ୬ଟି ମୋବାଇଲ୍‌, ୪ଟି ସିମ୍ କାର୍ଡ, ୫ଟି ମୋବାଇଲ ଚାର୍ଜର, ଗୋଟିଏ ପେନ୍ ଡ୍ରାଇଭ, ୫ଟି ମୋବାଇଲ୍ ବ୍ୟାଟେରୀ ଓ ୨୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଏ ନେଇ ଲକ୍ଷ୍‌ମୀସାଗର ପୋଲିସ ଥାନାରେ ଏତଲା ଦାୟର ହୋଇଥିଲା ।

Comments are closed.