ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ୟୁଟ୍ୟୁବ ଚ୍ୟାନେଲ ଲୋକାର୍ପିତ

ଭୁବନେଶ୍ୱର- ଓଡିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ସୁଦୂରପ୍ରସାରୀ କରିବା ଉଦ୍ଦେଶ୍ୟରେ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ୟୁ ଟ୍ୟୁବ ଚ୍ୟାନେଲର୍ ଶୁଭାରମ୍ଭ କରାଯାଇଛି ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏହି ୟୁଟ୍ୟୁବ ଚ୍ୟାନେଲର ଲୋକାର୍ପଣ କରିଥିଲେ ।

ବାସୁଦେବ ମାଳବିଶୋଇଙ୍କର ରଚନା, ସଂଗୀତ ଓ କଣ୍ଠରେ ପ୍ରସ୍ତୁତ ହୋଇଥିବା କୋରୋନା ସଚେତନ ଗୀତରୁ ୟୁଟ୍ୟୁବ ଚ୍ୟାନେଲର ପ୍ରସାରଣ ଆରମ୍ଭ ହୋଇଛି । ସରକାରଙ୍କ ଅନୁମୋଦନ କ୍ରମେ ଓ ଓଡିଶା ଡଟ୍ କମ୍‌ର ସହାୟତାରେ ଏହି ୟୁ ଟ୍ୟୁବ ଚ୍ୟାନେଲ ଆରମ୍ଭ କରାଯାଇଛି .

Comments are closed.