ୟାଶ୍ ପ୍ରଭାବ : ପ୍ରାଥମିକ ଆକଳନ ରିପୋର୍ଟ ଅନୁସାରେ ବାଲେଶ୍ୱର ଜିଲ୍ଲାରେ ଜଳସଂପଦ ବିଭାଗର ୮୭ କୋଟି ଟଙ୍କା କ୍ଷତି

ଭୁବନେଶ୍ୱର- ବାଲେଶ୍ୱର ଜିଲ୍ଲାରେ ବାତ୍ୟା ୟାଶ୍ ଓ ଏହା ପରବର୍ତ୍ତୀ ବନ୍ୟାରେ ପ୍ରାଥମିକ ଆକଳନ ରିପୋର୍ଟ ଅନୁସାରେ ଜଳସଂପଦ ବିଭାଗର ୮୭ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । କେବଳ ବୃହତ ପ୍ରକଳ୍ପ ଓ ଲୁଣାବନ୍ଧରେ ୬୯ ଦଶମିକ ୧୮ କୋଟି ଟଙ୍କା କ୍ଷତି ହୋଇଛି । ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏହି ସୂଚନା ଦେଇଛନ୍ତି ।

ଜିଲ୍ଲାର ଆଉ କିଛି ଅଂଚଳ ଏବେ ବି ଜଳମଗ୍ନ ଥିବାରୁ ଆକଳନ କାମ ସରିନି । ବନ୍ୟାରେ କ୍ଷତିଗ୍ରସ୍ତ ୭୭ଟି ଘାଇରୁ ୩୫ଟିର ମରାମତି ହୋଇସାରିଥିବା ସେ ସୂଚନା ଦେଇଛନ୍ତି । ମୌସୁମୀ ବର୍ଷା ଆଗରୁ ସବୁ ବନ୍ଧ ମରାମତି ପାଇଁ ବିଭାଗ ଲକ୍ଷ୍ୟ ରଖିଛି ।

Comments are closed.