ମେ ମାସ ଲକଡାଉନରେ ରାଜ୍ୟରେ ବଢିଛି ସାଇବର କ୍ରାଇମ

ଭୁବନେଶ୍ୱର- ଗତ ମେ ମାସରେ ଲକଡାଉନ ବେଳେ ସାଇବର କ୍ରାଇମ ବଢିଛି । ମେ ମାସରେ ରାଜ୍ୟରେ ୧ କୋଟି ୪୦ ଲକ୍ଷ ଟଙ୍କା ଠକେଇ ହୋଇଛି । କେବଳ ଭୁବନେଶ୍ୱରରେ ୭୦ ଲକ୍ଷ ୭୮ ହଜାର ଟଙ୍କା ଠକିଛନ୍ତି ସାଇବର ଅପରାଧୀ । ଠକଙ୍କଠାରୁ ୧୨ ଲକ୍ଷ ୫ ହଜାର ଟଙ୍କା ଉଦ୍ଧାର କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ସାଇବର ହେଲ୍ପ ଡେସ୍କକୁ ମୋଟ ୫୨୯ଟି ଫୋନ୍ କଲ୍ ଆସିଛି । ସେଥିମଧ୍ୟରୁ ଭୁବନେଶ୍ୱରରୁ କେବଳ ୨୫୬ଟୁ କଲ୍ ଆସିଛି ।୧୭ଟି ମାମଲା ରୁଜୁ କରାଯାଇଛି । ୫୬ଟି ନମ୍ବର ବ୍ଲକ୍ କରାଯାଇଥିବା କମିଶନରେଟ ପୋଲିସ ସୂଚନା ଦେଇଛି ।

Comments are closed.