ବ୍ଲାକ୍ ଫଙ୍ଗସ୍ ଇଞ୍ଜେକ୍ସନ ‘ଆମ୍ଫୋଟେରିସିନ’ର ରପ୍ତାନୀ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍‌ର ଚିକିତ୍ସାରେ ବ୍ୟବହାର ହେଉଥିବା ଇଞ୍ଜେକ୍ସନ୍ ‘ଆମ୍ଫୋଟେରିସିନ-ବି’ର ରପ୍ତାନୀ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି । ଏନେଇ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ ‘ଆମ୍ଫୋଟେରିସିନ-ବି’କୁ ନିଷିଦ୍ଧ ଦ୍ରବ୍ୟ ତାଲିକାରେ ରଖାଯାଇଛି । ଅର୍ଥାତ୍ ଏହି ଇଞ୍ଜେକ୍ସନର ରପ୍ତାନୀ ପାଇଁ ଅନୁମତି କିମ୍ବା ଲାଇସେନ୍ସ ଆବଶ୍ୟକ ।

ଦେଶରେ ବ୍ଲାକ୍ ଫଙ୍ଗସ୍‌ର ମାମଲା ବଢ଼ୁଛି । ଏହି ରୋଗ କୋଭିଡ୍‌-୧୯ରୁ ମୁକୁଳିଥିବା ରୋଗୀଙ୍କ କ୍ଷେତ୍ରରେ ବହୁଳ ଭାବେ ଦେଖାଯାଉଛି । ଯେଉଁ କୋଭିଡ୍ ରୋଗୀ ଅଧିକ ସମୟ ଆଇସିୟୁରେ ଥିବେ କିମ୍ବା ତାଙ୍କର ଅନିୟନ୍ତ୍ରଣ ଡାଏବେଟିସ୍ ଥିବ ଅଥବା ସେ ଅତ୍ୟଧିକ ମାତ୍ରାରେ ଷ୍ଟେରଏଡ୍ ବ୍ୟବହାର କରିଥିବେ ସେମାନଙ୍କୁ ବ୍ଲାକ୍ ଫଙ୍ଗସ୍ ହେବା ଅଧିକ ସମ୍ଭାବନା ଥାଏ । ସଠିକ୍ ସମୟରେ ଚିକିତ୍ସା ନ କରାଗଲେ ଏହି ରୋଗ ଘାତକ ସାବ୍ୟସ୍ତ ହୋଇପାରେ ।

Comments are closed.