ସ୍ୱତନ୍ତ୍ର ବିଭାଗ ଭାବେ କାର୍ଯ୍ୟକ୍ଷମ ହେଲା ମିଶନ ଶକ୍ତି, ବିଭାଗ ପୃଥକୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିଲେ ଅନୁମୋଦନ

ଭୁବନେଶ୍ୱର- ଆଜିଠାରୁ ସ୍ୱତନ୍ତ୍ର ଭାବେ କାର୍ଯ୍ୟକ୍ଷମ ହୋଇଛି ‘ମିଶନ ଶକ୍ତି’ ବିଭାଗ । ମହିଳା ଓ ଶିଶୁ କଲ୍ୟାଣ ବିଭାଗଠାରୁ ଅଲଗା ହେଲା ମିଶନ ଶକ୍ତି । ବିଭାଗ ପୃଥକୀକରଣ କରି ମିଶନ ଶକ୍ତିକୁ ଏକ ଅଲଗା ବିଭାଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଥିଲେ । ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନୂତନ ବିଭାଗ ଅଧିନରେ ଓଡିଶା ଜୀବିକା ମିଶନ, ଏସଏଚଜି ପରିଚାଳନା ଆଦି ଅନ୍ତର୍ଭୁକ୍ତ ହୋଇଛି ।

Comments are closed.