ଦେଶବ୍ୟାପୀ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ

ନୂଆଦିଲ୍ଲୀ –ଦେଶବ୍ୟାପୀ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ହୋଇଛି । ଦେଶରେ କୋରୋନା ସ୍ଥିତିକୁ ଦେଖି କେନ୍ଦ୍ର ସରକାର ପରୀକ୍ଷା ବାତିଲ ପାଇଁ ନିଷ୍ପତ୍ତି ହୋଇଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପରେ ପରୀକ୍ଷା ବାତିଲ ହୋଇଛି । ନିର୍ଦ୍ଦିଷ୍ଟ ଏସଓପି ଜରିଆରେ ପରୀକ୍ଷାଫଳ ପ୍ରକାଶ କରିବ ସିବିଏସଇ । ଫଳକୁ ନେଇ ଅସନ୍ତୁଷ୍ଟ ପିଲା ସ୍ଥିତି ସୁଧୁରିବା ପରେ ପରୀକ୍ଷା ଦେଇପାରିବେ ।

Comments are closed.