ଦେଶର ୨୩% ଲୋକ ଟିକା ପାଇଁ ଦେଇଛନ୍ତି ହଜାରେରୁ ଉର୍ଦ୍ଧ୍ବ ଟଙ୍କା

ନୂଆଦିଲ୍ଲୀ: ଏକ ସର୍ଭେ ଅନୁଯାୟୀ ଦେଶର ୨୩ ପ୍ରତିଶତ ନାଗରିକ କୋଭିଡ ଟିକା ପାଇଁ ହଜାରେରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଛନ୍ତି। କୋଭିସିଲ୍ଡର ଗୋଟିଏ ଡୋଜ ପାଇଁ ସେମାନଙ୍କୁ ୧୦୦୦-୧୨୦୦ ଟଙ୍କା ଏବଂ କୋଭାକ୍ସିନ୍ ର ପ୍ରତି ଡୋଜ୍ ପାଇଁ ୧୫୦୦-୨୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ପ୍ରାୟ ୭୩ ପ୍ରତିଶତ ନାଗରିକ ଚାହୁଁଛନ୍ତି ଯେ ଟିକା ଉପରୁ ସେବା ଶୁଳ୍କ ଛାଡ କରାଯାଉ ଏବଂ ଘରୋଇ ହସ୍ପିଟାଲ ଦ୍ୱାରା କୋଭିଡ ଟିକା ପାଇଁ ପଞ୍ଜିକରଣ ଶୁଳ୍କ ଉପରେ କଟକଣା ଲଗାଯାଉ।

ଟିକା ପାଇଁ ୧୧ ପ୍ରତିଶତ ଲୋକ ୫୦୦-୧୦୦୦ ଟଙ୍କା, ୨୦ ପ୍ରତିଶତ ୧୦୦୦-୨୦୦୦ ଟଙ୍କା ଏବଂ ୩ ପ୍ରତିଶତ ନାଗରିକ ୨୦୦୦ କିମ୍ବା ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ଅନ୍ୟପଟେ ୬ ପ୍ରତିଶତ ଲୋକ କିଛି କହିବାକୁ ଚାହିଁନଥିଲେ । ମୋଟ ଉପରେ ୨୩ ପ୍ରତିଶତ ନାଗରିକ ଗୋଟିଏ ଡୋଜ ପାଇଁ ୧୦୦୦ କିମ୍ବା ଅଧିକ ଟଙ୍କା ଖର୍ଚ କରିଛନ୍ତି।

ଚଳିତ ବର୍ଷ ଫେବୃଆରୀରେ ଘରୋଇ ହସ୍ପିଟାଲ ଗୁଡ଼ିକୁ ଟୀକାକରଣ ଅଭିଯାନ ସମୟରେ ସେମାନଙ୍କ ଖର୍ଚ୍ଚ ଭରଣା ସକାଶେ ହିତାଧିକାରୀଙ୍କ ଠାରୁ ସେବା ଶୁଳ୍କ ଆଦାୟ କରିବାକୁ ଅନୁମତି ଦିଆଯାଇଥିଲା। ସେବା ଶୁଳ୍କ ଭାବରେ ଘରୋଇ ହସ୍ପିଟାଲମାନେ ୨୦୦-୫୦୦ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି |

Comments are closed.