ଭାରତରେ ଆଉ ୧.୩୨ ଲକ୍ଷ ନୂଆ କରୋନା ଆକ୍ରାନ୍ତ, ୩୨୦୭ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୨ ହଜାର ୭୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଏହି ସଂଖ୍ୟା ସାମାନ୍ୟ ବଢ଼ିଛି । ଦିନକରେ ଏହି ରୋଗରେ ୩୨୦୭ ଜଣ ପ୍ରାଣ ହରାଇଛନ୍ତି । ପୁଣି ୨ ଲକ୍ଷ ୩୧ ହଜାର ୪୫୬ ଲୋକ ସୁସ୍ଥ ହୋଇଛନ୍ତି ।

ଗତକାଲି ଦେଶରେ ୧.୨୭ ମାମଲା ଆସିଥିଲା, ଯାହା ଗତ ଦୁଇମାସରେ ସର୍ବନିମ୍ନ ଥିଲା । ୨୯ ଦିନ ପରେ ଗତକାଲି ମୃତ୍ୟୁସଂଖ୍ୟା ୩ ହଜାର ତଳକୁ ଖସିଥିଲା । କାଲି ୨୭୯୫ ଜଣଙ୍କର ମୃତ୍ୟୁ ହୋଇଥିଲା ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ଏବେ ମୋଟ କରୋନା ମାମଲା ୨ କୋଟି ୮୩ ଲକ୍ଷ ୭ ହଜାର ୮୩୨ରେ ପହଞ୍ଚିଛି । କୋଭିଡ୍‌-୧୯ରେ ଦେଶରେ ଏଯାବତ୍ ୩ ଲକ୍ଷ ୩୫ ହଜାର ୧୦୨ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୬୧ ଲକ୍ଷ ୭୯ ହଜାର ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ସକ୍ରିୟ ମାମଲା କମିବାରେ ଲାଗିଛି । ଏହି ସଂଖ୍ୟା ଏବେ ୨୦ ଲକ୍ଷ ତଳକୁ ଖସିଛି । ବୁଧବାର ସୁଦ୍ଧା ଦେଶରେ ୧୭ ଲକ୍ଷ ୯୩ ହଜାର ସକ୍ରିୟ ରୋଗୀ ଅଛନ୍ତି ।

Comments are closed.