ନବୀନଙ୍କ ଟିକା ପ୍ରସ୍ତାବକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

ଭୁବନେଶ୍ୱର- ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ର୍‌ସ୍ତାବକୁ ସମର୍ଥନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଟିକାକରଣ ମାମଲାରେ ରାଜ୍ୟଗୁଡିକୁ ଅଧିକ କ୍ଷମତା ସହ କେନ୍ଦ୍ରସରକାର ବିଶ୍ୱ ବଜାରରୁ ଟିକା କିଣି ରାଜ୍ୟକୁ ଯୋଗାଇବା ନେଇ ନବୀନଙ୍କ ପ୍ରସ୍ତାବକୁ ସେ ସମର୍ଥନ କରୁଥିବା କହିଛନ୍ତି ମମତା ବାନାର୍ଜୀ । ଏ ନେଇ ନବୀନ ତାଙ୍କ ସହ କଥା ହୋଇଥିବା ମମତା କହିଛନ୍ତି । ଟିକାକରଣ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଗୋଟିଏ ନୀତି ଆପଣାଇବା ଉପରେ ଗୁୁରୁତ୍ୱ ଦେଇଛନ୍ତି । ଏହାଛଡା କେନ୍ଦ୍ର ସରକାର ବିଶ୍ୱ ବଜାରରୁ ଟିକା ଆଣି ରାଜ୍ୟମାନଙ୍କୁ ଯୋଗାନ୍ତୁ ବୋଲି ନବୀନ ଚିଠିରେ କହିଛନ୍ତି । କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ କଥାବାର୍ତ୍ତା ବି କରିଛନ୍ତି ।

Comments are closed.