ଶିକ୍ଷାବିତ, ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର-ବିଶିଷ୍ଟ ଶିକ୍ଷାବିତ୍ ତଥା ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ପରଲୋକ ହୋଇଯାଇଛି । ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ବିଜୟଙ୍କ ଦେହାନ୍ତ ହୋଇଯାଇଛି । ସାଇ ଇଂଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଥିଲେ ବିଜୟ । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।

ସରକାରୀ ସ୍କୁଲ ଶିକ୍ଷାର ମାନ ବୃଦ୍ଧିରେ ବିଜୟ ସାହୁଙ୍କ ଉଲ୍ଲେଖନୀୟ ଅବଦାନ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକ ସନ୍ତପ୍ତ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି ।

Comments are closed.