ରାଜ୍ୟରେ ୮ ହଜାର ତଳକୁ ଦୈନିକ କୋରୋନା ସଂକ୍ରମଣ, ଦିନକରେ ୭ ହଜାର ୭୨୯ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ଦିନକୁ ଦିନ ତଳମୁହାଁ ହେବାରେ ଲାଗିଛି । ୮ ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । ଦିନକରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୨୯ କୋରୋନା ଆକ୍ରାନ୍ତ । ସଂଗରୋଧରୁ ୪ ହଜାର ୩୩୧ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୩୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୨୬, କଟକରୁ ୭୨୦, ଅନୁଗୁଳରୁ ୪୪୯, ମୟୂରଭଞ୍ଜରୁ ୪୪୨, ବାଲେଶ୍ୱରରୁ ୪୨୬, ଯାଜପୁରରୁ ୩୮୮, ପୁରୀରୁ ୩୩୩, ରାୟଗଡାରୁ ୩୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାରୁ ୨୮୭, ସୁନ୍ଦରଗଡରୁ ୨୭୦, ଜଗତସିଂହପୁରରୁ ୨୫୫, ଢେଙ୍କାନାଳରୁ ୨୫୨, କେନ୍ଦ୍ରାପଡାରୁ ୨୨୩, ନବରଙ୍ଗପୁରରୁ ୨୧୯, ନୟାଗଡରୁ ୨୧୯,ବରଗଡରୁ ୧୮୯, କୋରାପୁଟରୁ ୧୮୫, କଳାହାଣ୍ଡିରୁ ୧୬୭, କେନ୍ଦୁଝରରୁ ୧୬୬, ସମ୍ବଲପୁରରୁ ୧୬୧, ଗଞ୍ଜାମରୁ ୧୫୩, ବୌଦ୍ଧରୁ ୧୨୮, ମାଲକାନଗିରିରୁ ୧୦୪, ଦେବଗଡରୁ ୭୨, ଝାରସୁଗୁଡାରୁ ୭୧, ଗଜପତିରୁ ୬୮, ସୁବର୍ଣ୍ଣପୁରରୁ ୬୧, ବଲାଙ୍ଗିରରୁ ୬୧, କନ୍ଧମାଳରୁ ୫୨ ଓ ନୂଆପଡାରୁ ୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୮ ହଜାର ୬୯୯କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହେଲେଣି ୭ ଲକ୍ଷ ୧୩ ହଜାର ୫୫ । ୮୨ ହଜାର ୬୭୯ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.