କରୋନା ଅପଡେଟ୍‌: ୨୪ ଘଣ୍ଟ।ରେ ଭାରତରେ ୧.୩୨ ଲକ୍ଷ ମାମଲା, ଆଉ ୨୭୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଥମୁନାହିଁ । ଗତ ୨୪ ଘଣ୍ଟ।ରେ ଦେଶରେ ଆଉ ୧ ଲକ୍ଷ ୩୨ ହଜାର ୩୬୪ ନୂଆ ମାମଲା ରିପୋର୍ଟ କରାଯାଇଛି । ଦିନକରେ ଏହି ରୋଗ ପୁଣି ୨୭୧୩ ଜଣଙ୍କ ମୁଣ୍ଡ ନେଇଛି । ଦିନକରେ କୋଭିଡ୍‌-୧୯ରୁ ଆଉ ୨ ଲକ୍ଷ ୭ ହଜାର ୭୧ ଲୋକ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ମୋଟ କରୋନା ମାମଲା ୨ କୋଟି ୮୫ ଲକ୍ଷ ୭୪ ହଜାର ୩୫୦କୁ ବୃଦ୍ଧି ପାଇଛି । ଏହି ରୋଗରେ ଏଯାବତ୍ ୩ ଲକ୍ଷ ୪୦ ହଜାର ୭୦୨ ଜଣଙ୍କ ମୃତ୍ୟୁ ହେଲାଣି । କରୋନାରୁ ୨ କୋଟି ୬୫ ଲକ୍ଷ ୯୭ ହଜାର ୬୫୫ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ସକ୍ରିୟ ମାମଲା କମିବାରେ ଲାଗିଛି । ଗୁରୁବାର ସୁଦ୍ଧା ଦେଶରେ ମୋଟ ୧୬ ଲକ୍ଷ ୩୫ ହଜାର ୯୯୩ ସକ୍ରିୟ ମାମଲା ଅଛି । ଦେଶରେ ଗତ ୨୪ ଘ ।ରେ ୨୮ ଲକ୍ଷ ୭୫ ହଜାର ୨୮୬ ଟିକା ଡୋଜ୍ ଦିଆଯାଇଛି ।

Comments are closed.