ରାଜ୍ୟରେ ଆଉ ୭ ହଜାର ୩୯୬ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୯, ନୂଆପଡାରୁ ସର୍ବନିମ୍ନ ୨୨

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୭ ହଜାର ୩୯୬ କୋରୋନା ପଜିଟିଭ । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୪ ହଜାର ୧୬୯ ଏବଂ ସ୍ଥାନୀୟ ଅଞ୍ଚଳରୁ ୩ ହଜାର ୨୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୬ ହଜାର ୯୪କୁ ବୃଦ୍ଧି ପାଇଛି । ଏଯାଏ ୭ ଲକ୍ଷ ୨୪ ହଜାର ୪୦୨ ରୋଗୀ ସୁସ୍ଥ ହୋଇସାରିଛନ୍ତି । ୭୮ ହଜାର ୬୮୭ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୬୯, କଟକରୁ ୮୬୮, ଯାଜପୁରରୁ ୫୧୬, ଅନୁଗୁଳରୁ ୪୪୩, ମୟୂରଭଞ୍ଜରୁ ୩୮୪, ପୁରୀରୁ ୩୫୬, କେନ୍ଦ୍ରାପଡାରୁ ୩୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୨୮୫, ଜଗତସିଂହପୁରରୁ ୨୮୮, ସୁନ୍ଦରଗଡରୁ ୨୬୭, ନୟାଗଡରୁ ୨୪୩, ଭଦ୍ରକରୁ ୨୩୮, ନବରଙ୍ଗପୁରରୁ ୧୯୬, ବରଗଡରୁ ୧୭୧, କଳାହାଣ୍ଡିରୁ ୧୬୬, କୋରାପୁଟରୁ ୧୬୧, କେନ୍ଦୁଝରରୁ ୧୫୮,ସମ୍ବଲପୁରରୁ ୧୩୭, ବୌଦ୍ଧରୁ ୧୩୩, ରାୟଗଡାରୁ ୧୨୫, ମାଲକାନଗିରିରୁ ୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲାରୁ ୯୧, ଢେଙ୍କାନାଳରୁ ୮୧, ବଲାଙ୍ଗିରରୁ ୮୧, କନ୍ଧମାଳରୁ ୭୬, ଗଞ୍ଜାମରୁ ୬୯, ଝାରସୁଗୁଡାରୁ ୬୬, ଦେବଗଡରୁ ୫୭, ଗଜପତିରୁ ୫୨ ଓ ନୂଆପଡାରୁ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.