ବିଶ୍ୱ ପରିବେଶ ଦିବସରେ ଓଡିଶା ମୋ ପରିବାର ପକ୍ଷରୁ ବୃକ୍ଷରୋପଣ ଅଭିଯାନକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର- ଆଜି ବିଶ୍ୱ ପରିବେଶ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ସମୟରେ ପରିବେଶର ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଏକ ବଡ ଆହ୍ୱାନ । ଏ ଦିଗରେ ସଚେତନତା ବୃଦ୍ଧି ଓ ପରିବେଶର ସନ୍ତୁଳନ ରକ୍ଷା ପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପରିବେଶ ଦିବସ ଉପଲକ୍ଷେ ମୋ ପରିବାର ଓଡିଶା ପକ୍ଷରୁ ବୃକ୍ଷରୋପଣ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.