ଦିନ ୧୧ ସୁଦ୍ଧା ରାଜ୍ୟରେ ୨୧.୩୦ ପ୍ରତିଶତ ଭୋଟିଂ

ଭୁବନେଶ୍ୱର – ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆଗେଇ ଚାଲିଛି । ଆଜି ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେଉଛି। ଏହି ପର୍ଯ୍ୟାୟରେ ୯୪ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଦିନ ୧୧ଟା ସୁଦ୍ଧା ରାଜ୍ୟରେ ମତଦାନ ହାର ୨୧ ଦଶମିକ ୩୦ ପ୍ରତିଶତ ରହିଛି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୨୦ ଦଶମିକ ୭୨ ପ୍ରତିଶତ, କଟକରେ ୨୦.୪୭, ଢେଙ୍କାନାଳରେ ୨୨.୪୧, କେନ୍ଦୁଝରରେ ୨୦.୮୯, ପୁରୀରେ ୨୧.୫୧ ଓ ସମ୍ବଲପୁରରେ ୨୧.୮୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।

Comments are closed.