ନୀତି ଆୟୋଗଙ୍କ ଏସଡିଜି ରିପୋର୍ଟ ତଥ୍ୟ ଆଧାରିତ ନୁହେଁ, ଭୁଲ୍ ତଥ୍ୟ ଆଧାରରେ ରାଜନୀତି ନ କରୁ ବିଜେପି : ବିଜେଡି

ଭୁବନେଶ୍ୱର- ସସଟେନବେଲ୍ ଡେଭଲପମେଂଟ୍ ଗୋଲ୍ (ଏସଡିଜି ) ରିପୋର୍ଟରେ କିଏ ଉପରେ , କିଏ ତଳେ ନ ଥାଏ । ଓଡିଶାକୁ ବିଗତ ତିନି ବର୍ଷରେ ଭଲ ନମ୍ବର ମିଳିଛି । ୯ଟି କ୍ଷେତ୍ରରେ ଓଡିଶା ଭଲ ପ୍ରଦର୍ଶନ କରିଛି । ନୀତି ଆୟୋଗ ସହ ସବୁ ରାଜ୍ୟ ଆଲୋଚନା କରି ଲକ୍ଷ୍ୟ ହାସଲ କରିବା ଦିଗରେ କାମ କରିବା ଦରକାର ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ।

ସେ ପ୍ରେସମିଟରେ କହିଛନ୍ତି ଯେ, ନୀତି ଆୟୋଗ ପଂଚାୟତ ସ୍ତରକୁ ଯିବା ଦରକାର । ତଥ୍ୟ ଗ୍ରାଉଣ୍ଡରୁ ଆସିବା ଦରକାର ବୋଲି ସେ କହିଛନ୍ତି । ଏହା ନ ହେଲେ ଭଲ ନମ୍ବର ଜାଣି ହେବ ନାହିଁ । ୨୦୧୯ରେ ଇଜ୍ ଅଫ ଡୁଇଂ ବିଜନେସରେ ଓଡିଶ।।କୁ ୯୨ ଦଶମିକ ୮ ପ୍ରତିଶତ ନମ୍ବର ମିଳିଥିଲା । ୨୦୨୦ରେ ଏହା ଶୂନ କେମିତି ହେଲା ବୋଲି ବିଜେଡି ସାଂସଦ ପ୍ରଶ୍ନ କରିଛନ୍ତି । ରାଜ୍ୟରେ କଣ ଶିଳ୍ପାୟନ ହୋଇନି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

କରୋନା ମହାମାରୀ ବେଳେ ଓଡିଶା ମହାରାଷ୍ଟ୍ରଠାରୁ ମଧ୍ୟ ଏ କ୍ଷେତ୍ରରେ ଉପରେ ଥିବା ରିପୋର୍ଟ ଆସିଛି . ସେହିପରି ମମତା ଓ ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ଆନ୍ତର୍ଜାତିକ ସଂସ୍ଥା ପ୍ରଶଂସା କରିଛନ୍ତି । ରାଜ୍ୟ ଆନେମିଆ ନିରାକରଣରେ ଭଲ କରି ନ ଥିବା କୁହାଯାଇଥିଲେ ମଧ୍ୟ ଭାରତରେ ଆମେନିଆ ମୁକ୍ତ ରାଜ୍ୟଗୁଡିକ ମଧ୍ୟରେ ଓଡିଶାର ସ୍ଥାନ ଦ୍ୱିତୀୟ । ତେଣୁ ତଥ୍ୟ ଠିକ୍ ଆସିବା ଦରକାର ବୋଲି ବିଜେଡି ସାଂସଦ କହିଛନ୍ତି । ଏସଡିଜି ରିପୋର୍ଟକୁ ନେଇ ବିଜେପି ନେତାମାନେ ରାଜନୀତି ନ କରନ୍ତୁ ବୋଲି ଅମର ପଟ୍ଟନାୟକ କହିଛନ୍ତି ।

Comments are closed.