ସବୁ ଆରଟିଓରେ ଆଜିଠାରୁ ପୁଣି ଆରମ୍ଭ ହେଲା ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ

ଭୁବନେଶ୍ୱର- ରାଜ୍ୟର ସବୁ ଆରଟିଓରେ ପୁଣି ଆଜିଠାରୁ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ ଆରମ୍ଭ ହୋଇଛି । ପୂର୍ବରୁ ଯେଉଁମାନେ ଆବେଦନ କରିଥିଲେ, ସେମାନେ ହିଁ ଟେଷ୍ଟ ଦେଇପାରିବେ । ପ୍ରାୟ ଦୁଇ ଲକ୍ଷ ଲୋକ ଆବେଦନ କରିଛନ୍ତି ।

ଏମାନଙ୍କ ଟେଷ୍ଟ ସରିଲା ପରେ ହିଁ ନୂଆ ଆବେଦନ ଆହ୍ୱାନ କରିବେ । କୋରୋନା କଟକଣା ପାଇଁ ପ୍ରାୟ ୮ ମାସ ଧରି ଟେଷ୍ଟ ବନ୍ଦ ଥିଲା । ଏବେ କୋରୋନା କଟକଣା ମଧ୍ୟରେ ଏକାଥରକେ ୬ ଜଣ ଆବେଦନକାରୀ ଟେଷ୍ଟ ଦେଇପାରିବେ ।

Comments are closed.