କୋଭିଡକୁ ମାତ୍ ଦେଲା ୨୫ ଦିନର ଅପରିପକ୍ୱ ଛୁଆ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ନୂଆପଡାରେ ଚମତ୍କାର । ମାତ୍ର ୨୫ ଦିନର ଏକ ଛୁଆ କୋଭିଡ-୧୦କୁ ମାତ୍ ଦେଇ ସୁସ୍ଥ ହୋଇଛି । ସମୟ ଆଗରୁ ଜନ୍ମ ନେଇଥିବା ଏକ ୨୫ ଦିନର ଛୁଆ କୋରୋନା ଆକ୍ରାନ୍ତ ହୋଇଥିଲା । କିନ୍ତୁ ଡାକ୍ତର ଓ ସପୋର୍ଟ ଷ୍ଟାଫଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଛୁଆଟି ସୁସ୍ଥ ହୋଇଛି । ସେହି ନବଜାତ ଜଣକ ମାତ୍ର ସପ୍ତାହେ ମଧ୍ୟରେ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହୋଇଛି । ନବଜାତର ସଫଳ ଚିକିତ୍ସା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତର ଓ ସପୋର୍ଟ ଷ୍ଟାଫଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ନବଜାତର ସଫଳ ଚିକିତ୍ସା ମହାମାରୀ ସମୟରେ ଦୃଢ ରହିବା ପାଇଁ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.