ଆଜି ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ମୋଦି ଏପରି ଏକ ସମୟରେ ଦେଶକୁ ସମ୍ବୋଧିତ କରିବେ ଯେତେବେଳେ କି ଭାରତରେ କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ଦୁର୍ବଳ ହେବାରେ ଲାଗିଛି । ଦୈନିକ ମାମଲା କ୍ରମାଗତ ହ୍ରାସ ପାଉଛି । କୋଭିଡ୍ ସ୍ଥିତି ସୁଧୁରୁ ଥିବାରୁ ଅନେକ ରାଜ୍ୟ କୋଭିଡ୍ କଟକଣା କୋହଳ ମଧ୍ୟ କରିଛନ୍ତି । ଭାରତରେ ସୋମବାର ୧,୦୦,୬୩୬ ମାମଲା ରିପୋର୍ଟ ହୋଇଛି । ୬୧ ଦିନ ପରେ ଏହି ସଂଖ୍ୟା ହେଉଛି ସର୍ବନିମ୍ନ । ଦିନକରେ ଆଉ ୨୪୨୭ ଜଣଙ୍କ ମୃତ୍ୟୁ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦି ଶେଷଥର ଏପ୍ରିଲ ୨୦ରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ସେତେବେଳେ ଦ୍ୱିତୀୟ ଲହରୀ ସଂକ୍ରମଣ ଶୀର୍ଷରେ ଥିଲା । ମୋଦି ଉକ୍ତ ସମ୍ବୋଧନରେ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍ ଶେଷ ବିକଳ୍ପ ହେବା ଉଚିତ ବୋଲି କହିଥିଲେ । ଭାରତରେ କୋଭିଡ୍‌-୧୯ ବ୍ୟାପିବା ପରଠାରୁ ମୋଦି ବହୁଥର ଦେଶକୁ ସମ୍ବୋଧନ କରି ଲୋକମାନଙ୍କୁ ଏହି ମହାମାରୀରୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ଏହାକୁ ରୋକିବା ପାଇଁ ନଜ ସରକାରର ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି ।

Comments are closed.