ଆସନ୍ତା ୭-୮ ଦିନ ମଧ୍ୟରେ ରାଜ୍ୟରେ କୋଭିଡ ସ୍ଥିତି ଆହୁରି ଭଲ ହେବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ୱର- ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ, ବେସଲାଇନ ଇନଫେକସନ୍ ଓ ଟେଷ୍ଟ ପଜିଟିଭିଟ୍ ହାର ହ୍ରାସ ପାଇବାରେ ଲାଗିଛି । ଆସନ୍ତା ୭ରୁ ୮ ଦିନ ମଧ୍ୟରେ ରାଜ୍ୟରେ ସ୍ଥିତି ଆହୁରି ଭଲ ହେବା ନେଇ ସେ ଆଶା ପ୍ରକାଶ କରିଛନ୍ତି । ରାଜ୍ୟର ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଆସିଯାଇପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.