ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରାପଡା ଓ ମୟୂରଭଞ୍ଜ ଜିଲ୍ଲାଗସ୍ତରେ କେନ୍ଦ୍ରୀୟ ଦଳ

କେନ୍ଦ୍ରାପଡା- ବାତ୍ୟା ୟାଶ୍ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରାପଡାରେ ୪ ଜଣିଆ କେନ୍ଦ୍ରୀୟ ଦଳ ପହଂଚିଛନ୍ତି । ଏହି ଦଳ ପ୍ରଥମେ ରାଜକନିକାର ଭରିଗଦା ପଂଚାୟତ ଗସ୍ତ କରି ପନିପରିବା ଚାଷ ନଷ୍ଟ ହୋଇଥିବା ସ୍ଥାନ ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ପରେ କେନ୍ଦ୍ରୀୟ ଦଳ ରାଜନଗର ବ୍ଲକ ଗସ୍ତ କରି ବିଭିନ୍ନ କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି ଅନୁଧ୍ୟାନ କରିବେ । ଆଜି ଅନ୍ୟ ଏକ କେନ୍ଦ୍ରୀୟ ଟିମ୍ ମୟୂରଭଞ୍ଜ ଗସ୍ତ କରି ବିଭିନ୍ନ ବ୍ଲକରେ କ୍ଷୟକ୍ଷତି ଆକଳନ କରିବେ ।

Comments are closed.