ଡ୍ରଗ୍ସ କାରବାର ନିୟନ୍ତ୍ରଣରେ ଏସଟିଏଫର ଭୂମିକା ଗୁରୁତ୍ୱପୂର୍ଣ୍ଣ, ୨୭ଟି ନୂଆ ପଦବୀ ସୃଷ୍ଟି : ଡିଜିପି

ଭୁବନେଶ୍ୱର- ରାଜ୍ୟରେ ଡ୍ରଗ୍ସ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଡ୍ରଗ୍ସ କାରବାର ଦମନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ଏସଟିଏଫ । ଏସଟିଏଫ ପାଇଁ ସରକାର ୨୭ଟି ନୂଆ ପଦବୀ ସୃଷ୍ଟି କରିଛନ୍ତି । ଏସଟିଏଫର ଡ୍ରଗ୍ସ ନାର୍କୋଟିକ ୟୁନିଟ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ନେଇ ଡିଜିପି ଅଭୟ ସୂଚନା ଦେଇଛନ୍ତି ।

Comments are closed.