କୁଳପତି, ଅଧ୍ୟକ୍ଷଙ୍କ ସହ ବୈଠକ ପରେ ହିଁ ବିଶ୍ୱବିଦ୍ୟାଳୟ ଓ କଲେଜରେ ପାଠପଢା ନେଇ ନିଷ୍ପତ୍ତି : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର – କଲେଜ, ବିଶ୍ୱବିଦ୍ୟାଳୟରେ ପାଠପଢା ଓ ପରୀକ୍ଷା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ଏ ନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ ହେବ । ଆସନ୍ତା ୧୨ ତାରିଖରେ ସବୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ ବସିବ । ଲକଡାଉନ ବେଳେ ପାଠପଢା ସଂପର୍କରେ ଅନୁଧ୍ୟାନ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଏହାପରେ କଲେଜ ଅଧ୍ୟକ୍ଷଙ୍କ ସହ ବି ଆଲୋଚନା କରାଯିବ । ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ବିଭାଗ ପରୀକ୍ଷା ନେଇ ନିଷ୍ପତ୍ତି ନେବ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

Comments are closed.