ବିଶ୍ୱ ଇଣ୍ଟରନେଟ୍‌ରେ ଅଚଳାବସ୍ଥା, କାମ କରୁନି ପ୍ରମୁଖ ମିଡିଆ ଓ ସରକାରୀ ୱେବସାଇଟ୍

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ମିଡିଆ ୱେବସାଇଟ୍ ଓ ସରକାରୀ ସାଇଟ୍ ହଠାତ୍ ଅଚଳ ହୋଇଯାଇଛି । ଏହି ସାଇଟ୍ ଗୁଡିକ ଖୋଲିଲେ ଏକ ଏରର୍ ମେସେଜ୍ ଦେଖାଯାଉଛି । ବିବିସି, ଦି ଗାର୍ଡିଆନ୍‌, ଫାଇନାନ୍ସିଆଲ୍ ଟାଇମ୍ସ, ଇଣ୍ଟେପେଣ୍ଡେଣ୍ଟ୍‌, ସିଏନ୍‌ଏନ୍ ଏବଂ ଦି ନ୍ୟୁୟର୍କ ଟାଇମ୍ସ ଭଳି ଅନ୍ତର୍ଜାତୀୟ ସାଇଟ୍ କାମ କରୁନି । ଏହି ସବୁ ସାଇଟ୍ ଗୁଡିକ ଖୋଲିଲେ ଏକ ମେସେଜ୍ ‘ଏରର୍ ୫୦୩ ସର୍ଭିସ୍ ଅନେଭେଲବଲ’ ପ୍ରଦର୍ଶିତ ହେଉଛି । ସିଡିଏନ୍ ବା ‘କଣ୍ଟେଣ୍ଟ୍ ଡେଲିଭରୀ ନେଟୱର୍କ’ରେ କୌଣସି ତ୍ରୁଟି ଯୋଗୁଁ ଏହି ସବୁ ପ୍ରମୁଖ ଗଣମାଧ୍ୟମ ସାଇଟ୍ ଗୁଡିକ ଅଚଳ ହୋଇପଡିଥିବା ସନ୍ଦେହ କରାଯାଉଛି । ତେବେ ଏହାର ପ୍ରକୃତ କାରଣ ଜଣାପଡିନାହିଁ । ବିଶ୍ୱର କିଛି ସରକାରୀ ସାଇଟ୍ ମଧ୍ୟ ଅଚଳ ହୋଇପଡିଛି ।

ଅଷ୍ଟ୍ରେଲିଆ, ବ୍ରିଟେନ, ଆମେରିକା ସହ ଭାରତରେ ମଧ୍ୟ କିଛି ୱେବସାଇଟ୍ ଓ ସରକାରୀ କାମ କରୁନଥିବା ଖବର ମିଳିଛି । ଅନେକ ସୋସିଆଲ ମିଡିଆ ମଧ୍ୟ ଅନୁରୂପ ସମସ୍ୟା ଦେଖାଦେଉଛି ବୋଲି ଅଭିଯୋଗ ହୋଇଛି ।

Comments are closed.