ପଶ୍ଚିମ ଓଡିଶାର ୯ଜିଲ୍ଲାରେ ଦୁଇ ଅଙ୍କ ତଳକୁ ଖସିଲା ସଂକ୍ରମଣ

ଟିକାକରଣ ପାଇଁ ଜୋରଦାର ହେଲା ସର୍ଭେ

ସମ୍ବଲପୁର: ଦୀର୍ଘ ଦିନ ପରେ ପଶ୍ଚିମ ଓଡିଶାର ୯ଟି ଜିଲ୍ଲାରେ ସଂକ୍ରମଣ ଆଜି ଦୁଇ ଅଙ୍କ ତଳକୁ ଖସିଛି । କେବଳ ସୁନ୍ଦରଗଡ ଜିଲ୍ଲାରେ ସଂକ୍ରମଣ ଆଜି ୧୦୦ ପାର କରିଛି । ସେପଟେ ସବୁ ଜିଲ୍ଲା ମୁଖ୍ୟାଳୟ ସମେତ ପଶ୍ଚିମ ଓଡିଶାର ରାଉରକେଲା, ସମ୍ବଲପୁର ଏବଂ ବରଗଡ ପରି କିଛି ଜିଲ୍ଲାରେ ଏକାଧିକ ସଂଖ୍ୟାରେ କୋଭିଡ ହସପିଟାଲ ଖୋଲିଥିବା ବେଳେ ଏବେ ସବୁଠି ବେଡ୍ ଅନେକ ମାତ୍ରାରେ ଅଭାବ ରହୁଥିବା ଦେଖିବାକୁ ମିଳିଛି । ମୋଟ୍ ଉପରେ ଏବେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ଟିକାକରଣ ବି ଜୋରସୋରରେ ଚାଲିଛି । ବିଶେଷ କରି ୪୫ ବର୍ଷରୁ ଉର୍ଧ୍ବ ବ୍ୟକ୍ତିଙ୍କ ଟିକାଦାନ ପାଇଁ ସହରାଞ୍ଚଳରେ ଘରକୁ ଘର ସର୍ଭେ ଆରମ୍ଭ ହୋଇଛି ।

ଆଜି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତାଲିକା ନିମ୍ନରେ ପ୍ରଦାନ କରାଗଲା ।

ବରଗଡ଼ – ୯୯
ବଲାଙ୍ଗୀର – ୭୭
ବୌଦ୍ଧ – ୭୩
ଦେବଗଡ- ୨୨
ଝାରସୁଗୁଡ଼ା – ୫୪
କଳାହାଣ୍ଡି – ୫୩
ନୂଆପଡ଼ା – ୩୭
ସମ୍ବଲପୁର – ୯୨
ସୁବର୍ଣ୍ଣପୁର – ୭୭

ସେହିପରି ପଶ୍ଚିମ ଓଡିଶାର ଏକମାତ୍ର ଜିଲ୍ଲା ଭାବେ ସୁନ୍ଦରଗଡ ଜିଲ୍ଲାରେ ସଂଖ୍ୟା ଶହେ ପାର୍ କରିଛି । ଏଠାରେ ଆଜି ୧୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏକଦା ଏଠି ୨ ହଜାର ଡେଇଁଥିବା ସଂକ୍ରମଣକୁ କାବୁ କରିବାରେ ଜିଲ୍ଲା ପ୍ରଶାସନ ସଫଳ ହୋଇଛି ।

ତେବେ ସବୁ ଜିଲ୍ଲାରେ ଏକପ୍ରକାର ସ୍ଥିତି ନିୟନ୍ତ୍ରଣକୁ ଆସି ଯାଇଥିବା ବେଳେ ଏବେ ସବୁ ଜିଲ୍ଲା ପ୍ରଶାସନ ଟିକାକରଣକୁ ଜୋର ଦେଇଛନ୍ତି । ପୂର୍ବାପେଖ୍ୟା ଟିକା ଯୋଗାଣ ବ୍ରୁଦ୍ଧି ପାଇବା ପରେ ଏବେ ଟିକାକରଣକୁ ଜୋରଦାର କରାଯାଇଛି । ବିଶେଷ କରି ସମ୍ବଲପୁର ଓ ରାଉରକେଲା ମହାନଗରରେ ୧୮ରୁ ୪୪ ବୟସ୍କଙ୍କ ଟିକାଦାନ ଚାଲିଥିବା ବେଳେ ଟିକାରୁ ବାଦ୍ ପଡିଥିବା ୪୫ରୁ ଉର୍ଧ୍ବ ବ୍ୟକ୍ତିଙ୍କ ଟିକାକରଣ ପାଇଁ ଘରକୁ ଘର ସର୍ଭେ ଆରମ୍ଭ ହୋଇଛି । ଏଥିପାଇଁ ଆଶା ଓ ଅଙ୍ଗନଓ୍ବାଡି କର୍ମୀମାନେ ଘରକୁ ଘର ବୁଲି ସର୍ଭେ କରୁଛନ୍ତି ।

Comments are closed.