ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ସିଏମସି ପକ୍ଷରୁ କାଲିଠାରୁ ୱାକ୍‌-ଇନ୍ ଟିକାକରଣ

କଟକ- ଅଧ୍ୟୟନ ପାଇଁ ବିଦେଶ ଗସ୍ତରେ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କ ଟିକାକରଣ ପାଇଁ କଟକ ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବାକୁ ଯାଉଛି । ବିଦେଶରେ ବିଶ୍ୱବିଦ୍ୟାଳୟଗୁଡିକରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ୱାକ୍ –ଇନ୍ ଟିକାକରଣ କାଲିଠାରୁ ଆରମ୍ଭ ହେବ । କଟକ ଗୋପାଳପୁର ସ୍ଥିତ ସିଏମସି କଲ୍ୟାଣ ମଣ୍ଡପଠାରେ ଏହି ୱାକ୍‌-ଇନ୍ ଟିକାକରଣ ହେବ । ଉଭୟ କଟକ ଓ ଭୁବନେଶ୍ୱରର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.