ଶଯ୍ୟାଶାୟୀ ଓ ଦିବ୍ୟାଙ୍ଗଙ୍କ ଟିକାକରଣ ପାଇଁ ବିଏମସି ପକ୍ଷରୁ ପଂଜୀକରଣ ଆରମ୍ଭ

ଭୁବନେଶ୍ୱର- ଶଯ୍ୟାଶାୟୀ ଓ ଦିବ୍ୟାଙ୍ଗଙ୍କ କୋଭିଡ ଟିକାକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ –ବିଏମସି ପକ୍ଷରୁ ଆଜିଠାରୁ ପଂଜୀକରଣ ଆରମ୍ଭ ହୋଇଛି । ୧୯୨୯ ନମ୍ବର ଯୋଗେ ପଂଜୀକରଣ ଆରମ୍ଭ ହୋଇଛି । ପଂଜୀକୃତ କରିଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯିବା ପରେ ଘରେ କିମ୍ବା ନିକଟସ୍ଥ କେନ୍ଦ୍ରରେ ଟିକା ଦିଆଯିବା ନେଇ ସ୍ଥିର କରାଯିବ ବୋଲି ବିଏମସି କମିଶନର ସଞ୍ଜୟ ସିଂହ କହିଛନ୍ତି । ଭୁବନେଶ୍ୱରର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଟିକାକରଣ ପାଇଁ ବିଏମସିର ଟାର୍ଗେଟ ରହିଛି ।

Comments are closed.