କୋରୋନାରେ ଆଉ ୪୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର –ରାଜ୍ୟରେ କୋରୋନାରେ ଆଉ ୪୩ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ୩ ହଜାର ୧୨୩କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ, କଟକ, ଝାରସୁଗୁଡା ଓ ସୁନ୍ଦରଗଡରେ ୪ ଜଣ ଲେଖାଏଁ ରୋଗୀ ପ୍ରାଣ ହରାଇଥିବା ବେଳେ ବରଗଡ, ବଲାଙ୍ଗିର ଓ ବୌଦ୍ଧରେ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ, ମୟୂରଭଞ୍ଜ ଓ ପୁରୀରେ ୨ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ନୂଆପଡା, ରାୟଗଡା, ସମ୍ବଲପୁର, ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡା ଓ କୋରାପୁଟରେ ଜଣେ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି ।

Comments are closed.