କୋଭିଡ୍ ରୋଗୀଙ୍କ ପାଇଁ ଔଷଧ ଲେଖିପାରିବେ ହୋମିଓପାଥି ଡାକ୍ତର: କେରଳ ହାଇକୋର୍ଟ

ନୂଆଦିଲ୍ଲୀ: ହୋମିଓପାଥିକ ଡାକ୍ତରମାନେ କୋଭିଡ୍‌-୧୯ ରୋଗୀଙ୍କ ପାଇଁ ପ୍ରତିଷେଧକ ମୂଳକ ଔଷଧ ଏବଂ ରୋଗ ନୀରୋଧୀ ଔଷଧ ଲେଖିପାରିବେ ଓ ବିତରଣ କରିପାରିବେ । ଏକ ପିଟିସନର ଶୁଣାଣି କରି କେରଳ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ବିଚାରପତି ଜଷ୍ଟିସ୍ ଏନ୍‌.ନାଗେଶ କହିଛନ୍ତି ଯେ, ହୋମିଓପାଥିକ ଡାକ୍ତର କୋଭିଡ୍‌-୧୯ ଭଳି ରୋଗର ଚିକିତ୍ସା ପାଇଁ ହୋମିଓପାଥି ଔଷଧର ଉପଯୋଗ କରିପାରିବେ । ଜଣେ ହୋମିଓପାଥିକ ଡାକ୍ତରଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ କହିଛନ୍ତି, କୋଭିଡ୍‌-୧୯ ରୋଗର ଚିକିତ୍ସାରେ ହୋମିଓପାଥି ଔଷଧ ପ୍ରଭାବୀ ସାବ୍ୟସ୍ତ ହୋଇପାରେ । ଡାକ୍ତରମାନେ ମଧ୍ୟ ହୋମିଓପାଥି ଔଷଧ ପ୍ରେସ୍କ୍ରାଇବ କରିପାରିବେ । କିନ୍ତୁ ପ୍ରେସ୍କ୍ରାଇବ୍ ହୋଇଥିବା ହୋମିଓପାଥିକ ଔଷଧ ସମ୍ପର୍କରେ ହସ୍ପିଟାଲ ଅଧିକାରୀ ଯେଭଳି ଜାଣିପାରିିବେ । ଏହାଛଡ଼ା ରୋଗୀଙ୍କୁ ମଧ୍ୟ ଏହି ଔଷଧ ସମ୍ପର୍କରେ ଅବଗତ କରିବାକୁ ପଡିବ ବୋଲି କୋର୍ଟ କହିଛନ୍ତି ।

ଥିରୁଭନନ୍ତପୁରମର ଜଣେ ହୋମିଓପାଥିକ ଡାକ୍ତର ଜୟପ୍ରସାଦ କରୁଣାକରନଙ୍କ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଆବେଦନକାରୀ ଅଭିଯୋଗ କରିଥିଲେ ଯେ, ତାଙ୍କୁ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା କରିବାରୁ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ବାରଣ କରିଥିଲେ । ଏହା ଉପରେ ଶୁଣାଣି ବେଳେ ହାଇକୋର୍ଟ ହୋମିଓପାଥି ଦ୍ୱାରା କୋଭିଡ୍‌-୧୯ ଲକ୍ଷଣର ନିଦାନ ଓ ନିରାକରଣ ପାଇଁ ଆୟୂଷ ମନ୍ତ୍ରାଳୟ ଜାରି କରିଥିବା ମାର୍ଗ ଦର୍ଶିକା ଏବଂ ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲେଖ କରି କହିଥିଲେ ଯେ, ଆବେଦନକାରୀଙ୍କୁ କୋଭିଡ୍‌-୧୯ର ହୋମିଓପାଥିକ ଚିକିତ୍ସାର ଉପଯୋଗ କରିବାରୁ ବରଣ ନ କରାଯାଉ ।

Comments are closed.