ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ବର୍ଷିୟ ବାଳକଙ୍କ ଦାନ

ଭୁବନେଶ୍ୱର- ଛୋଟ ପିଲା, ବଡ କାମ । ଭୁବନେଶ୍ୱରର ସାଇ ଇଂଟରନ୍ୟାସନାଲ ସ୍କୁଲର ଛାତ୍ର ପୃଥ୍ୱୀ ସାରଥୀ ଛୋଟ ବେଳୁ ହିଁ ମହତ କାମ କରି ଦେଖାଇଛନ୍ତି । ୧୦ ବର୍ଷିୟ ବାଳକ ପୃଥ୍ୱୀ ଜମା କରିଥିବା ୧୦ ହଜାର ୩୫୧ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଙ୍କୁ ଦାନ କରିଛନ୍ତି । ନିଜ ବାପାମାଆଙ୍କ ସହ ପୃଥ୍ୱୀ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଭେଟି ନିଜର ଜମା ଟଙ୍କା ଦାନ କରିଛନ୍ତି । ବାଳକ ପୃଥ୍ୱୀଙ୍କ ଏହି ଅନୁଦାନକୁ ଚାରିଆଡେ ପ୍ରଶଂସା କରାଯାଉଛି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୃଥ୍ୱୀଙ୍କୁ ଏଥିପାଇଁ ପ୍ରଶଂସା କରିଛନ୍ତି । ପୃଥ୍ୱୀଙ୍କ ଏହି କାର୍ଯ୍ୟ ଅନ୍ୟମାନଙ୍କୁ କୋଭିଡ ବିରୋଧରେ ଲଢେଇ ପାଇଁ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.