କାଲିଠାରୁ ୧୪ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ କଲା ଆଇଏମଡି, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର- ଆଉ ଏକ ଲଘୁଚାପର ସାମନା କରିବ ଓଡିଶା । ଏହାର ପ୍ରଭାବରେ ୧୦ରୁ ୧୪ ତାରିଖ ଯାଏଁ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏଥିପାଇଁ ସତର୍କ ରହିବାକୁ କହିଛନ୍ତି ଏସଆରସି ପ୍ରଦୀପ ଜେନା । ଏହି ମାସ ୧୦ରୁ ୧୪ ତାରିଖ ଯାଏ ପ୍ରବଳ ବର୍ଷା ନେଇ ଆଇଏମଡି ପୂର୍ବାନୁମାନ କରିଥିବା କହିଛନ୍ତି ଏସଆରସି । ରାଜ୍ୟର କେତେକ ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ବି ହୋଇପାରେ । କେତେକ ସ୍ଥାନରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ତେଣୁ ସେହି ଅଂଚଳରୁ ଲୋକଙ୍କ ସ୍ଥାନାନ୍ତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ଯୋଗୁଁ କେତେକ ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟା ଆଶଙ୍କା ବି ରହିଛି । ତେଣୁ ବିପଜ୍ଜନକ ନଦୀବନ୍ଧ ଉପରେ ନଜର ରଖିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.