ରାଜ୍ୟରେ ଛଟ୍ ପାଳନ ଉପରେ କଟକଣା ଜାରି କଲେ ରାଜ୍ୟ ସରକାର, ନଦୀଘାଟରେ ଭିଡ ମନା

ଭୁବନେଶ୍ୱର- କୋରୋନା ସ୍ଥିତି ଦୃଷ୍ଟିରୁ ରାଜ୍ୟରେ ବିହାରୀ ଲୋକଙ୍କ ଛଟ୍ ପାଳନ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ନଦୀ ଘାଟରେ ଭିଡ ଉପରେ କଟକଣା ଜାରି କରାଯାଇଛି । ଏ ସଂପର୍କରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶାବଳି ଜାରି କରାଯାଇଛି ।

ଛଟ୍ ପୂଜା ବେଳେ ଉଦିତ ସୂର୍ଯ୍ୟଙ୍କୁ ଆରାଧନା କରିଥାନ୍ତି ଲୋକେ । ଏଥିପାଇଁ ନଦୀ ପଠା ଭିଡରେ ଜମିଥାଏ । ତେବେ କୋରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଦୃଷ୍ଟିରୁ ନଦୀପଠାରେ ଭିଡ ଉପରେ ନିଷେଧାଦେଶ ଜାରି କରାଯାଇଛି । ଘରେ ରହି ପୂଜା କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.