ଆମେରିକା: ଟେକ୍ସାସ ସ୍କୁଲରେ ଯୁବକଙ୍କ ଆଖିବୁଜା ଗୁଳିମାଡ଼, ୧୮ ପିଲାଙ୍କ ସହ ୨୧ ମୃତ

ଟେକ୍ସାସ: ଆମେରିକାରେ ପୁଣି ଗୁଳିକାଣ୍ଡ । ଟେକ୍ସାସରେ ଜଣେ ୧୮ ବର୍ଷ ବୟସ୍କ ଯୁବକର ଗୁଳିମାଡ଼ରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ସାନ ଆଣ୍ଟୋନିଓଠାରୁ ପ୍ରାୟ ୮୦ ମାଇଲ ଦୂର ଟେକ୍ସାସର ରବ୍ ଏଲିମେଣ୍ଟାରୀ ସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି । ହଠାତ୍ ସ୍କୁଲ୍ ଭିତରେ ପଶି ଯୁବକ ଜଣକ ଆଖିବୁଜା ଫାୟରିଂ କରିଥିଲା ।

ମୃତକଙ୍କ ମଧ୍ୟରେ ଅଧିକାଂଶ ୭ ରୁ ୧୦ ବର୍ଷ ବୟର ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ଶ୍ରେଣୀର ପିଲା ଅଛନ୍ତି ।

ସନ୍ଦିଗ୍ଧ ଆକ୍ରମଣକାରୀ ଜଣେ ୧୮ ବର୍ଷ ବୟସ୍କ ଯୁବକ ଥିଲେ | ଟେକ୍ସାସ ଗଭର୍ଣ୍ଣରଙ୍କ ସୂଚନା ଅନୁଯାୟୀ ଏହି ଯୁବକଙ୍କର ନାମ ସାଲଭାଡୋର ରାମୋସ। ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ଯୁବକଙ୍କ ମୃତ୍ୟୁ ହୋଇଛି ।

ରବ୍ ଏଲିମେଣ୍ଟାରୀ ସ୍କୁଲ ଗୁଳିକାଣ୍ଡ ଘଟଣାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଦୁଃଖ ପ୍ରକାଶ କରିଛନ୍ତି ।ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ରୋକିବାକୁ ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ନୂଆ ବନ୍ଧୁକ ନୀତି ଆଣିବାକୁ ଦାବି କରିଛନ୍ତି ।

ଆମେରିକାର ଗଣମାଧ୍ୟମ ଅନୁଯାୟୀ ଏହି ଆକ୍ରମଣରେ ନିହତ ଲୋକଙ୍କ ମଧ୍ୟରେ ୧୮ ଜଣ ଶିଶୁ ଏବଂ ତିନିଜଣ ବୟସ୍କ ଅଛନ୍ତି। ରାଜ୍ୟ ସିନେଟର ରୋଲାଣ୍ଡ ଗୁଟିରେଜ କହିଛନ୍ତି ଯେ ତାଙ୍କୁ ସ୍ଥାନୀୟ ପୋଲିସ ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି ପାଇଥିବା ସୂଚନା ଦେଇଛି ।

Comments are closed.