ଜାତି ଭିତ୍ତିକ ଜନଗଣନା ଦାବିରେ ଆଜି ପଛୁଆବର୍ଗ ସଂଗଠନର ଭାରତବନ୍ଦ ଡାକରା

ନୂଆଦିଲ୍ଲୀ: ଜାତି ଭିତ୍ତିକ ଜନଗଣନା ଦାବିରେ ପଛୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ କର୍ମଚାରୀ ସଂଘ (BAMCEF) ବୁଧବାର ଭାରତବନ୍ଦ ଡାକରା ଦେଇଛି ।

BAMCEF ର ଭାରତବନ୍ଦ ଡାକରାକୁ କେତେକ ଦଳିତ ରାଜନୈତିକ ଦଳ ସମର୍ଥନ କରିଛନ୍ତି, କିନ୍ତୁ ଏଥିରୁ ପ୍ରମୁଖ ରାଜନୈତକ ଦଳମାନେ ଦୂରେଇ ରହିଛନ୍ତି । BAMCEF ସଭାପତି ଭମାନ ମେଶ୍ରମ କହିଛନ୍ତି ଯେ “ଆମର ଭାରତ ବନ୍ଦ ଆନ୍ଦୋଳନକୁ ରାଷ୍ଟ୍ରିୟ ପରିବର୍ତ୍ତନ ମୋର୍ଚ୍ଚା, ଭାରତ ମୁଖୀ ମୋର୍ଚ୍ଚା, ବହୁଜନ ମୁଖୀ ମୋର୍ଚ୍ଚା ଏବଂ ଅନ୍ୟାନ୍ୟ ଦଳିତ ତଥା ପଛୁଆବର୍ଗ ସଂଗଠନ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ଆମର ମୁଖ୍ୟ ଦାବି ହେଉଛି ଜନଗଣନାରେ ଜାତି ଗଣନା ମଧ୍ୟ ସାମିଲ କରାଯାଉ। କେନ୍ଦ୍ର ସରକାର ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେବାକୁ ଏଡ଼ାଉଛନ୍ତି।

ଜାତି ଭିତ୍ତିକ ଜନଗଣନା ସହ କୃଷକମାନଙ୍କୁ ଏମ୍ଏସପି ଗ୍ୟାରେଣ୍ଟି, ନିର୍ବାଚନରେ ​​ଇଭିଏମ୍ ବ୍ୟବହାର ବନ୍ଦ କରିବା,
ପରିବେଶ ସୁରକ୍ଷା ନାମରେ ଆଦିବାସୀମାନଙ୍କର ବିସ୍ଥାପନ ରୋକିବା,ଏନ୍ଆରସି ଏବଂ ସିଏଜି ଆଇନ ‌ଲାଗୁ ବନ୍ଦ କରିବା ଆଦି ଦାବି ମଧ୍ୟ କରିଛି BAMCEF ।

Comments are closed.