ରଜପିଠା ପାଇଁ ଓଟିଡିସିର ‘ପିଠା ଅନ୍ ହ୍ୱିଲ୍‌’

ଭୁବନେଶ୍ୱର- ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ –ଓଟିଡିସି ପକ୍ଷରୁ ଭୁବନେଶ୍ୱରର ପାନ୍ଥନିବାସରେ ନିରାଡମ୍ବର ଭାବେ ପାଳନ କରାଯିବ ରଜ ଉତ୍ସବ । ବାହାର ଲୋକେ ପ୍ରବେଶ କରିପାରିବେ ନାହିଁ । ଭୁବନେଶ୍ୱରରେ ରଜ ପିଠା ପାଇଁ ଓଟିଡିସି ପକ୍ଷରୁ ‘ପିଠା ଅନ୍ ହ୍ୱିଲ୍‌’ବୁଲିବ । ଏହି ପିଠା ଅନ୍ ହ୍ୱିଲ୍ କଟକ ଓ ସମ୍ବଲପୁର ସହରରେ ବି ବୁଲିବ । କାଲିଠାରୁ ୧୬ ତାରିଖ ଯାଏଁ ସକାଳ ୭ଟାରୁ ଦିନ ୧୧ଟା ମଧ୍ୟରେ ରଜପିଠା ମିଳିପାରିବ ।

Comments are closed.