ନକଲି ଔଷଧ କାରବାର ମାମଲାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଔଷଧ କାରବାର ମାମଲାର କ୍ରାଇମବ୍ରାଂଚ ତଦନ୍ତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାମଲାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କଟକ,ରାଉରକେଲା ସମେତ ଆଉ କିଛି ସ୍ଥାନରେ ନକଲି ଔଷଧ କାରବାର ହେଉଥିବାର ଖବର ଆସିଥିଲା । କିଛି ସ୍ଥାନରେ ଚଢାଉ ବି ହୋଇଛି । ଡ୍ରଗ୍ସ କଂଟ୍ରୋଲର ଓ ପୋଲିସର ମିିଳିତ ଚଢାଉ ହୋଇଛି । ନକଲି ଔଷଧ କାରବାରର ଚେରର ଅତି ଗଭୀର ବୋଲି ଅଭିଯୋଗ ହେଲା ପରେ ମାମଲାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.