ଭୁବନେଶ୍ୱର ଖଣ୍ଡଗିରିରୁ ବାଘ ଛାଲ ଜବତ, ଜଣେ ଗିରଫ ,ବିକ୍ରି ପାଇଁ ହୋଇଥିଲା ୩ ଲକ୍ଷ ଟଙ୍କାର ଡିଲ୍

ଭୁବନେଶ୍ୱର- ରାଜଧାନୀର ଖଣ୍ଡଗିରିରୁ ବାଘ ଛାଲ ଜବତ ହୋଇଛି । କ୍ରାଇମବ୍ରାଂଚର ଏସଟିଏଫ ଏହି ବାଘ ଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି । ବାଘ ଛାଲ ବିକ୍ରି ପାଇଁ ୩ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ପୋଲିସ କହିଛି । ବାଘକୁ ଗୁଳି କରି ମରାଯାଇଥିବା ସନ୍ଦେହ କରାଯାଉଛି । ମୃତ ବାଘର ବୟସ ୫ରୁ ୭ ବର୍ଷ ହୋଇଥିବା ସୂଚନା ମିଳିଛି ।

Comments are closed.