ଆଣ୍ଟିଲିଆ ମାମଲା: ପୂର୍ବତନ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ଗିରଫ

ମୁମ୍ବାଇ: ଆଣ୍ଟିଲିଆ ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ଗୁରୁବାର ଆଉ ଜଣେ ପୋଲିସ୍ ଅଫିସରଙ୍କୁ ଗିରଫ କରିଛି । ଗିରଫ ପୋଲିସ୍ ଅଫିସର୍ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା । ଏନ୍‌ଆଇଏ ଟିମ୍ ଆଜି ସକାଳ ପ୍ରାୟ ୬ଟା ୩୦ ମିନିଟ୍‌ରେ ପ୍ରଦୀପ ଶର୍ମାଙ୍କ ଘରକୁ ଯାଇ ତାଙ୍କୁ ଆଣ୍ଟିଲିଆ ମାମଲାରେ ପ୍ରାୟ ପାଞ୍ଚ ଘଣ୍ଟା ଜେରା କରିଥିଲା ।

ଆଣ୍ଟିଲିଆ ମାମଲାରେ ପ୍ରଦୀପ ଶର୍ମା କିଛି ଦିନ ହେଲା ଏନ୍‌ଆଇଏ ରାଡାର୍‌ରେ ଥିଲେ । କିନ୍ତୁ ପ୍ରଦୀପଙ୍କ ସମ୍ପୃକ୍ତି ନେଇ ଯଥେଷ୍ଟ ପ୍ରମାଣ ଏନ୍‌ଆଇଏକୁ ମିଳିନଥିଲା । ଏଥିପାଇଁ ତାଙ୍କୁ ଗିରଫ କରିପାରୁନଥିଲା ଏନ୍‌ଆଇଏ । ପ୍ରଦୀପ ଶର୍ମା ଶିବସେନା ଟିକେଟ୍ ନିର୍ବାଚନ ବି ଲଢ଼ିଛନ୍ତି । ଆଣ୍ଟିଲିଆ ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ସନ୍ତୋଷ ଆତ୍ମରାମ ଶେଲାର୍ ଏବଂ ଆନନ୍ଦ ପାଣ୍ଡୁରଙ୍ଗ ଯାଦବଙ୍କ ଠାରୁ ମିିଳିଥିବା ସୂଚନା ଆଧାରରେ ପ୍ରଦୀପ ଶର୍ମାଙ୍କୁ ପଚରା ଉଚରା କରୁଛି । ମନସୁଖ ହିରେନ୍ ହତ୍ୟା ମାମଲାରେ ଏହି ଦୁଇ ଅଭିଯୁକ୍ତଙ୍କ ଭୂମିକା ଥିଲା ବୋଲି ଜଣାପଡିଛି । ଆଣ୍ଟିଲିଆ ପାଖରେ ବିସ୍ଫୋରକ ଗାଡ଼ି ଠିଆ କରିବା ମାମଲାରେ ଏଯାବତ୍ ୭ ଜଣଙ୍କୁ ଗିରଫ କରାଗଲାଣି ।

Comments are closed.