ଦେଶଦ୍ରୋହ ମାମଲା: ଗିରଫଦାରୀରୁ ସୁଲତାନାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ

ଥିରୁଭନନ୍ତପୁରମ: ଦେଶଦ୍ରୋହ ମାମଲାରେ ଫିଲ୍ମ ନିର୍ମାତା ଆୟେଶା ସୁଲତାନାଙ୍କୁ କେରଳ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ତାଙ୍କ ଗିରଫ ଉପରେ ଏକ ସପ୍ତାହ ପାଇଁ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଅଶୋକ ମେନନଙ୍କ ଜଣିକିଆ ଖଣ୍ଡପୀଠ ସୁଲତାନାଙ୍କୁ ଏହି ମାମଲାର ତଦନ୍ତରେ ସହଯୋଗ କରିବା ସହ ଜେରା ପାଇଁ ପୋଲିସ୍ ଆଗରେ ହାଜର ହେବାକୁ କହିଛନ୍ତି । ଯଦି ଏହା ଭିତରେ ତାଙ୍କୁ ଗିରଫ କରାଯାଏ ତେବେ ତଳ କୋର୍ଟ ତାଙ୍କୁ ଅନ୍ତରୀଣ ଆଗୁଆ ଜାମିନ ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିଛନ୍ତି ।

ଲକ୍ଷଦ୍ୱୀପର ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ‘ଜୈବିକ ଅସ୍ତ୍ର’ ଭାବେ ଅଭିହିତ କରିବା ଅଭିଯୋଗରେ ସୁଲତାନାଙ୍କ ବିରୋଧରେ ଲକ୍ଷଦ୍ୱୀପ ବିଜେପିର ସଭାପତି ସି.ଅବଦୁଲ ଖାଦର ହାଜି ଦେଶଦ୍ରୋହ ମାମଲ ରୁଜୁ କରିଥିଲେ । ଏକ ନ୍ୟୁଜ୍ ଚ୍ୟାନେଲର ବିତର୍କରେ ଭାଗନେଇ ସୁଲତାନା କେନ୍ଦ୍ର ଓ ଲକ୍ଷଦ୍ୱୀପ ପ୍ରଶାସକ ପଟେଲଙ୍କୁ ସମାଲୋଚନା କରି ତାଙ୍କୁ ଜୈବିକ ଅସ୍ତ୍ର ବୋଲି କହିଥିଲେ ।

Comments are closed.