ୟୁଜି, ପିଜି ପରୀକ୍ଷା ନେଇ ଆଜି ହୋଇପାରେ ଚୂଡାନ୍ତ ନିଷ୍ପତ୍ତି

ଭୁବନେଶ୍ୱର- ଆଜି ୟୁଜି, ପିଜି ପରୀକ୍ଷା ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି । କୋଭିଡକୁ ଦୃଷ୍ଟିରେ ରଖି କେମିତି ପରୀକ୍ଷା ହେବ, ସେ ନେଇ ନିଷ୍ପତ୍ତି ହୋଇପାରେ । ଏ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଗତ ୧୨ ତାରିଖରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ବିଚାର ବିମର୍ଶ କରିଥିଲେ । ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପାଇଁ କୁଳପତିମାନଙ୍କୁ ୭ ଦିନ ସମୟ ଦିଆଯାଇଥିଲା । ଆଜି ମନ୍ତ୍ରୀ ଅରୁଣ ସାହୁ ପୁଣି କୁଳପତିମାନଙ୍କ ସହ ବୈଠକ କରିବେ । ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା ହୋଇପାରେ । ପରୀକ୍ଷା କେମିତି ହେବ, ସେ ନେଇ ଆଜି ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି ।

Comments are closed.