ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ

ଶ୍ରୀମନ୍ଦିର ପ୍ରଶାସନ ଏବଂ ଦଇତାପତି ନିଯୋଗ କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ଶୃଙ୍ଖଳିତ ଭାବେ ସମ୍ପାଦନ ପାଇଁ ଦଇତାପତିଙ୍କ ସହଯୋଗ ଲୋଡ଼ିଛି ମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ

କୁମାର ସେଥିରେ ଅଧ୍ୟକ୍ଷତା ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଆସନ୍ତା ୨୪ ତାରିଖରେ ଶ୍ରୀଜୀଉ ଙ୍କ ସ୍ନାନଯାତ୍ରା ପାଳନ କରାଯିବ ।

ସ୍ନାନପୂର୍ଣ୍ଣିମା ଦିନ ଅର୍ଥାତ ପୂର୍ଵରାତି ୧ଟାରୁ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ କରି ଭୋର ୪ଟା ସୁଦ୍ଧା ଶେଷ କରିବାକୁ ବୈଠକରେ ସ୍ଥିର କରାଯାଇଛି । ସେହିଭଳି ଅପରାହ୍ନ ୫ଟାରେ ମହାପ୍ରଭୁଙ୍କ ବାହୁଡା ପହଣ୍ଡି ଅନୁଷ୍ଠିତ ହେବ । ସ୍ନାନପୂର୍ଣ୍ଣିମା ଠାରୁ ଚଳିତବର୍ଷ ଶ୍ରୀଜୀଉଙ୍କ ଅଣସର ନୀତି ଆରମ୍ଭ କରାଯିବ ।ସେବାୟତଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ନୀତିନିର୍ଘଣ୍ଟ ପାଳନ ପାଇଁ ଦଇତାପତି ନିଯୋଗ ସମ୍ମତି ଦେଇଛନ୍ତି।

ଗତବର୍ଷ ଠାରୁ ବାକିଥିବା ଦଇତାପତିଙ୍କ ପାଉଣା ପ୍ରଦାନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଉକ୍ତ ବୈଠକରେ ପ୍ରଶାସକ (ନୀତି)ଜିତେନ୍ଦ୍ର କୁମାର ସାହୁ, ପ୍ରଶାସକ (ଭନ୍ନୟନ)ଅଜୟ କୁମାର ଜେନା, ନାତି ଅଧିକାରୀ ରବୀନ୍ଦ୍ର କୁମାର ଦାଶଙ୍କ ସମେତ ଦଇତାପତିବ ନିଯୋଗର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Comments are closed.