କାରୋନା ଅପଡେଟ୍‌: ୫୮ ଦିନ ପରେ ଦୁଇ ହଜାର ତଳକୁ ଖସିଲା ମୃତ୍ୟୁ ସଂଖ୍ୟା, ଆଉ ୬୨,୪୮୦ ନୂଆ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ କରୋନାର ଆଉ ୬୨,୪୮୦ ମାମଲା ରିପୋର୍ଟ ହୋଇଛି । ଏହି ରୋଗରେ ଆଉ ୧୫୮୭ ଲୋକଙ୍କ ମୃତ୍ୟୁ ହୋଇଛି । ୫୮ ଦିନ ପରେ ଦୈନିକ ମୃତ୍ୟୁ ସଂଖ୍ୟା ଦୁଇ ହଜାର ତଳକୁ ଖସିିଛି । ଦିନକରେ କରୋନାରୁ ୮୮,୯୭୭ ଳେଶକ ସୁସ୍ଥ ହୋଇଛନ୍ତି ।

ଦେଶରେ କ୍ରମାଗତ ୧୧ ଦିନ ଧରି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ କମ୍ ରହିଛି । ସେହିପରି କ୍ରମାଗତ ୩୬ ଦିନ ଧରି ନୂଆ ଆକ୍ରାନ୍ତଙ୍କ ଠାରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଭାରତରେ ଏବେ ମୋଟ କରୋନା ମାମଲା ୨ କୋଟି ୯୭ ଲକ୍ଷ ୬୨ ହଜାର ୭୯୨ରେ ପହଞ୍ଚିଛି । ଏଯାବତ୍ ୨ କୋଟି ୮୫ ଲକ୍ଷ ୮୦ ହଜାର ୬୪୭ ଲୋକ ସୁସ୍ଥ ହୋଇଥିବା ବେଳେ ୩ ଲକ୍ଷ ୮୩ ହଜାର ୪୯୦ ଲୋକଙ୍କ ମୃତ୍ୟୁ ହୋଇଛି । ୭୩ ଦିନ ପରେ ସକ୍ରିୟ ମାମଲା ୮ ଲକ୍ଷ ତଳକୁ ଖସିଛି । ଦେଶରେ ଏବେ ୭ ଲକ୍ଷ ୯୮ ହଜାର ୬୫୬ ସକ୍ରିୟ ରୋଗୀ ଅଛନ୍ତି । ଜୁନ୍ ୧୭ ସୁଦ୍ଧା ଦେଶରେ ୨୬ କୋଟି ୮୯ ଲକ୍ଷ କରୋନା ଟିକା ଡୋଜ୍ ଦିଆଯାଇଛି ।

Comments are closed.