କାରୋନା ଅପଡେଟ୍‌: ୭୪ ଦିନ ପରେ ସର୍ବନିମ୍ନ ଦୈନିକ ମାମଲା, ମୃତ୍ୟୁ ସଂଖ୍ୟା ୩.୮୫ ଲକ୍ଷ ଉପରେ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନିିୟନ୍ତ୍ରଣରେ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୦,୭୫୩ ମାମଲା ସାମ୍ନାକୁ ଆସିଛି । ୭୪ ଦିନ ପରେ ସବୁଠୁ କମ୍ ମାମଲା ରେକର୍ଡ କରାଯାଇଛି । ଦିନକରେ ଏହି ରୋଗରେ ଆଉ ୧୬୭୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୯୭,୭୪୩ ଜଣ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଭାରତରେ ମୋଟ କରୋନା ମାମଲା ଦୁଇ କୋଟି ୯୮ ଲକ୍ଷ ୨୩ ହଜାର ୫୪୬ରେ ପହଞ୍ଚିଛି । ଏହି ମହାମାରୀରେ ଏଯାବତ୍ ୩ ଲକ୍ଷ ୮୫ ହଜାର ୧୩୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ୨ କୋଟି ୮୬ ଲକ୍ଷ ୭୮ ହଜାର ୩୯୦ ଜଣ କୋଭିଡ୍‌-୧୯ରୁ ସୁସ୍ଥ ହୋଇଛନ୍ତି । ଏବେ ମୋଟ ୭ ଲକ୍ଷ ୬୦ ହଜାର ସକ୍ରିୟ ରୋଗୀ ଅଛନ୍ତି ।

ଭାରତରେ କରୋନା ମୃତ୍ୟୁ ହାର ୧.୨୯% ଥିବା ବେଳେ ଆରୋଗ୍ୟ ହାର ହେଉଛି ୯୬% । ସକ୍ରିୟ ମାମଲା ମଧ୍ୟ ମୋଟ କୋଭିଡ୍ ମାମଲାର ୩% ରୁ କମ୍ ରହିଛି ।

ଦେଶରେ କୋଭିଡ୍‌-୧୯ ବିରୋଧରେ ଟିକାକରଣ ଜାରି ରହିଛି । ଜୁନ୍ ୧୮ ସୁଦ୍ଧା ଭାରତରେ ୨୭ କୋଟି ୨୩ ଲକ୍ଷ କୋଭିଡ୍ ଡୋଜ୍ ଦିଆଯାଇଛି ।

Comments are closed.