ସବୁଠୁ ରହିବା ଅନୁକୂଳ ରାଜ୍ୟ ରାଜଧାନୀଙ୍କ ଟପ୍ ଟେନ୍ ତାଲିକାର ଚତୁର୍ଥ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ୱର – ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀ ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇଛି । ଦେଶରେ ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀର ଟପ୍ ଟେନରେ ଭୁବନେଶ୍ୱର ଚତୁର୍ଥ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ବେଙ୍ଗଳୁରୁ, ଦ୍ୱିତୀୟ ସ୍ଥାନରେ ଚେନ୍ନାଇ, ତୃତୀୟ ସ୍ଥାନରେ ସିମଲା ରହିଛି । ସେଂଟର ଫର୍ ସାଇନ୍ସ ଆଣ୍ଡ ଏନଭାୟର୍ନମେଂଟ –ସିଏସଇ ପକ୍ଷରୁ କରାଯାଇଥିବା ସର୍ଭେରେ ମୁମ୍ବାଇ ପଂଚମ, ଦିଲ୍ଲୀ ଷଷ୍ଠ, ଭୋପାଳ ସପ୍ତମ, ରାୟପୁର ଅଷ୍ଟମ, ଗାନ୍ଧିନଗର ନବମ ଓ ଜୟପୁର ଦଶମ ସ୍ଥାନରେ ରହିଛି । ଏହି ତାଲିକାରେ ଭୁବନେଶ୍ୱର ଚତୁର୍ଥ ସ୍ଥାନରେ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ପ୍ରକାଶ କରିଛନ୍ତି ।

Comments are closed.